Odia Essay On Swachha Bharat Abhijan:
welcome to odisha free job alert, here we discuss an odia essay swachha bharat abhijan (ସ୍ଵଛ ଭାରତ ଅଭିଯାନ) , swachha bharat abhijan(ସ୍ଵଛ ଭାରତ ଅଭିଯାନ) odia essay, odia essay swachha bharat abhijan( odia rachana ସ୍ଵଛ ଭାରତ ଅଭିଯାନ)
ଓଡ଼ିଆ ରଚନା ସ୍ଵଛ ଭାରତ ଅଭିଯାନ
ସ୍ଵଛ ଭାରତ ଅଭିଯାନ ଏକ ସ୍ୱଚ୍ଛତା ଅଭିଯାନ ଅଟେ | ଗୋଟେ ପଟେ ନୋଟବନ୍ଦୀ ଜରିଆରେ ମୋଦି ଯେମିତି ଭ୍ରଷ୍ଟ ଲୋକଙ୍କୁ ସାଫ କରିଛନ୍ତି ସେମିତି ଅଲଗା ପଟେ ସ୍ୱଛତା ଅଭିଯାନ ଜରିଆରେ ଦେଶରେ ବ୍ୟାପ୍ତ ଅଳିଆ କୁ ସଫା କରିବାରେ ଲାଗିଛନ୍ତି | ଯାହାର ଆରମ୍ଭ 2 ଅକ୍ଟୋବର 2014 ରେ ଗାନ୍ଧିଜୀ କୁ ଶ୍ରଦ୍ଧାଞ୍ଜଳି ଦେଇ ଏହାର ଆରମ୍ଭ କରିଥିଲେ | ଗାନ୍ଧିଜୀ ସେଇ ସମୟରେ ସ୍ୱଚ୍ଛତା କୁ ନେଇ ଯେମିତି ଜାଗୃପ ଥିଲେ ଏବଂ ଏହାର ମହତ୍ୱ ବୁଝାଉଥିଲେ ଓ ତାଙ୍କର ସପ୍ନ ଥିଲା କି ଭାରତ ଏକ ସ୍ଵଛ ରାଷ୍ଟ୍ର ତିଆରି ହୋଉ | ଏଥିପାଇଁ ତାଙ୍କ ଜନ୍ମଦିନକୁ ଏହି ସ୍ଵଛ ଭାରତ ଅଭିଯାନ କୁ ଆରମ୍ଭ କରିବାର ଠିକ ଶୁଭ ଦିନ ଭାବରେ ଚୁନାଗଲା |

ଗତ କିଛି ବର୍ଷ ହେବ ଭାରତ ନିରନ୍ତର ଆର୍ଥିକ ବିକାଶ ର ପଥରେ ଅଗ୍ରସର ହେଉଛି , କିନ୍ତୁ ଏହା ହେଲେ ମଧ୍ୟ ଅସ୍ଵଛତା ଏବଂ ସଫାସୁତୁରା ର କମ ହେବା ଏମିତି ଦୁଇଟି ଜିନିଷ ଯାହା କମିବାର ନା ଧରୁନାହିଁ | ଏକ ଆନୁମାନିକ ର ମୁତାବିକ , ଖରାପ ସ୍ୱାସ୍ଥ୍ୟ ରକ୍ଷା ଏବଂ ସ୍ୱଚ୍ଛତା ସୁବିଧା ଯୋଗୁଁ ଭାରତରେ ପ୍ରତିବର୍ଷ ହାରାହାରି 600000 ଲୋକ ମୃତ୍ୟବରଣ କରୁଛନ୍ତି | ସରକାର ଙ୍କ ଅନୁସାରେ , ଭାରତରେ 45 କୋଟି ଏମିତି ଲୋକ ଅଛନ୍ତି ଯାହାଙ୍କ ପାଖରେ ଶୌଚାଳୟ ର ସୁବିଧା ନାହିଁ ଓ ସେମାନେ ବାହାରେ ଶୌଚ କରିଥାନ୍ତି | ଶୌଚାଳୟ କମି କାରଣରୁ ଦେଶର ମହିଳା ମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ଯୌନ ଉତ୍ପୀଡ଼ନ ର ଶିକାର ହେଉଛନ୍ତି |
ଟ୍ରାଫିକ ବଢିବା ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ପ୍ରଧାନ ମନ୍ତ୍ରୀ ଙ୍କ ସ୍ଵଛ ଭାରତ ଅଭିଯାନ ଙ୍କ ଯୋଜନା ଅନୁସାରେ ଭାରତର 2019 ପର୍ଯ୍ୟନ୍ତ ସବୁ ଗ୍ରାମାଞ୍ଚଳ କୁ ସଫା ସୁତୁରା ରଖିବା କଥା ହେଲା, ସମସ୍ତଙ୍କୁ ସ୍ୱଚାଳୟ ଯୋଗାଇବା ହେଲା ସବୁ କୁ ପାଳନ କରାଯିବ | ଆଉ ତାହାକୁ ସରକାର ଯୋଗେଇଛନ୍ତି ମଧ୍ୟ କିନ୍ତୁ ଲୋକମାନେ ତାପରେ ମଧ୍ୟ ସଜାଗ ହେଇପାରୁନାହାନ୍ତି | ଏବେ ମଧ୍ୟ ଗାଁ ଗହଳିରେ ଲୋକମାନେ ଖୋଲା ଜାଗାରେ ସ୍ଵଛ କରୁଛନ୍ତି |
ସ୍ଵଛ କରିବା ପାଇଁ ଉଠାଯାଉଥିବା ପଦକ୍ଷେପ :
ଭାରତର ସହର ଏବଂ ଗ୍ରାମ କୁ ସାଫ କରିବା ପାଇଁ ଚଳାଯାଉଥିବା ମିଶନ ରେ ଆନୁମାନିକ ହାରାହାରି 62,009 କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଥିଲା | ଏହା ଭାରତ ର ନାଗରିକ ମଧ୍ୟରେ ମଇଳା ର ମୁକାବିଲା ଓ ଲୋକଙ୍କର ଜାଗୃତା ବଢେଇବାର ଯୋଜନା ରହିଥିଲା | ଏଥିରେ ବଡ଼ ବଡ଼ ସିନେମା ଅଭିନେତା ପରିବେଶ କୁ ସ୍ଵଛ ରଖିବା ପାଇଁ ବିଜ୍ଞାପନ ଦେଉଛନ୍ତି | ସେମିତି ବଡ଼ ବଡ଼ ଖେଳାଳି ମଧ୍ୟ ଲୋକଙ୍କୁ ଜାଗୃତ କରିବା ପାଇଁ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି | କିନ୍ତୁ ତାକୁ ମାନୁଛି କିଏ ? କେହି ମଧ୍ୟ ମାନୁନାହାନ୍ତି | ସରକାର ଙ୍କର ଯୋଗାଇଥିବା ସବୁ ଯୋଜନା ଏମିତି ହିଁ ଯୋଜନାରେ ରହିଯିବ କିନ୍ତୁ ଲୋକ ସୁଧୁରିବାର କୌଣସି ଚାନ୍ସ ନାହିଁ | ସହରାଞ୍ଚଳ ରେ ପ୍ରତିଦିନ ସଫା ସୁତୁରା କରାଯାଉଛି କିନ୍ତୁ ଗ୍ରାମାଞ୍ଚଳରେ ମାସକୁ ଥରେ ମଧ୍ୟ ହେଉନାହିଁ |
ପ୍ରଦୂଷଣ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ଐତହସିକ ପରୀପ୍ରେକ୍ଷ :
ଭାରତ ସରକାର 1 ଏପ୍ରିଲ 1999 ମସିହାରୁ ସମ୍ପୂର୍ଣ ସ୍ୱଚ୍ଛତା ଅଭିଯାନ (ଟିଏସସି) ର ଶୁଭାରମ୍ଭ କରିଥିଲେ | ଟିଏସସି କୁ ଏକ ବଡ଼ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ଜୁନ 2003 ରେ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କଲେ , ଯାହା ଅନ୍ତର୍ଗତ ରେ ବ୍ୟାପକ ସ୍ୱଚ୍ଛତା କଭରେଜ , ପର୍ଯାବରଣ ସୁରକ୍ଷା ଏବଂ ସଂରକ୍ଷଣ , ଖୋଲା ସ୍ଥାନରେ ସ୍ଵଚ୍ଚ ମୁକ୍ତ କରିବା ର ଯୋଜନା ଆରମ୍ଭ କଲେ | ଟିଏସସି ପରେ ତା ନାମ କୁ ବଦଳେଇ ନିର୍ମଳ ଭାରତ ଯୋଜନା ଆରମ୍ଭ କଲେ | ତାପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ସ୍ଵଛ ଭାରତ ମିଶନ ର ଉଦେଶ୍ୟ ପୁରା କରିବା ପାଇଁ 2 ଅକ୍ଟୋବର , 2014 ମସିହାରେ ଏହାର ନାମ କୁ ବଦଳେଇ ସ୍ଵଛ ଭାରତ ମିଶନ ରଖା ଗଲା |
ସ୍ୱଚ୍ଛ ଭାରତ ମିଶନ ର ମୁଖ୍ୟ ଉଦେଶ୍ୟ :
ସ୍ଵଛ ଭାରତ ମିଶନ ର ମୁଖ୍ୟ ଉଦେଶ୍ୟ ହେଉଛି ପରିବେଶ କୁ ସଫା ସୁତୁରା ରଖିବା | କେମିତି ସମସ୍ତେ ଖୋଲା ସ୍ଥାନରେ ଶୌଚ ନକରି ଶୌଚାଳୟ ବ୍ୟବହାର କରିବେ, ଏଣେତେଣେ ଆବର୍ଜନା ନ ପକାଇ କେମିତି ଡଷ୍ଟବିନ ର ବ୍ୟବହାର କରିବେ , ପ୍ଲାଷ୍ଟିକ କୁ କେମିତି ଲୋକେ ବର୍ଜନ କରିବେ ଏହା ଏହି ମିଶନ ର ବଡ଼ ଉଦେଶ୍ୟ |
ଆଦର୍ଶ ଛାତ୍ର ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ହୋଇଥାଇପାରେ ସରକାର ଏହି ମିଶନ ର ଜବରଦସ୍ତ ପ୍ରଚାର କରିଛନ୍ତି , ଏହା ହେବା ପରେ ମଧ୍ୟ ଆଜି ମଧ୍ୟ ଭାରତରେ ସ୍ୱଚ୍ଛତା ପ୍ରତି ଜାଗୃକତା ର ବହୁତ କମି ଅଛି ଯାହାକି ଏକ ଚିନ୍ତାର କାରଣ ଅଟେ | ଯଦି ପ୍ରତ୍ୟକ ବ୍ୟକ୍ତି ନିଜ ସ୍ତରରେ ବାତାବରଣ କୁ ସଫା କରିବା ପାଇଁ ପ୍ରୟାସ କରିବା ଆରମ୍ଭ କରିବେ ତାହେଲେ ପ୍ରତିବର୍ଷ ଭାରତ ସ୍ୱଛତା ରେ ପୃଥିବୀରେ ପ୍ରଥମ ସ୍ଥାନରେ ରହିବ | ତେଣୁ ପ୍ରତ୍ୟକ ବ୍ୟକ୍ତି ଚେଷ୍ଟା କରିବା ଦରକାର କେମିତି ସେମାନେ ନିଜେ ପରିବେଶ କୁ ସ୍ଵଛ ରଖି ପାରିବେ | ଲୋକଙ୍କର ଏକ ଛୋଟ ପ୍ରୟାସ ହିଁ ଭାରତ କୁ ପୁରା ଭାବରେ ସ୍ୱଚ୍ଛତା ବନେଇବା ପାଇଁ କାଫି ହେଇଯିବ
ଆଶାକରେ ସ୍ଵଚ୍ଚ ଭାରତ ଅଭିଯାନ ଉପରେ ଲେଖିଥିବା ରଚନା ଆପଣଙ୍କୁ ବହୁତ ସାହାଯ୍ୟ କରିଥିବ | ଏହା ଏକ ମୋର ଛୋଟ ପ୍ରୟାସ , ଯଦି ଭଲ ଲାଗେ ନିଜର ସାଙ୍ଗ ମାନଙ୍କ ସହ whasapp , ଫେସବୁକ , ଜିମେଲ ଓ ଅନ୍ୟ ସୋସିଆଲ ମିଡିଆରେ ସେୟାର କରି ଅନ୍ୟ ମାନଙ୍କୁ ପଢି଼ବାରେ ସାହାଯ୍ୟ କରନ୍ତୁ |
ପରିବେଶ ସୁରକ୍ଷା ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ଏଠି କ୍ଲିକ କରି ଆମର ଟେଲିଗ୍ରାମ ଚେନେଲ କୁ ଫୋଲୋ କରନ୍ତୁ ଲଟେଷ୍ଟ ନୋଟିଫିକେସନ ପାଇଁ
odia essay, odia essay for osssc, odia essay swachha bharat abhijan, odia rachana swacha bharat, odia rachana swachha bharat, osssc odia essay, swacha bharat abhijan odia essay, swachha bharat abhijan odia essay


- IDBI Bank Recruitment 2023 !!! Check Details, Apply Online Link
- Odisha Nursing Officer Recruitment 2023 !!! Check Details, Apply Online Link
- Odisha GDS Recruitment 2023, Apply Now For Odisha Gramin Dak Sevaks
- AAICLAS Security Screener Recruitment
- Odisha Police Constable Recruitment Job: 2023
- Odisha Amin Recruitment: 2023
- Odisha LIC Recruitment 2023: Apply For 9394 Post, Any Graduation Student apply for it for Free
- Latest Job in Ayush, Check Details, Apply Now
- SBI Recruitment, Check Details Apply Now 2022
- BARC Recruitment 2022 – Apply Now
- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
Leave a Reply